ରାଗିଛନ୍ତି ବଡ ଠାକୁର
ସମୀକ୍ଷା -ଶ୍ୟାମା ପ୍ରସାଦ ମିଶ୍ର
ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ଙ୍କ ଏକ ଖୁବ ହୃଦୟସ୍ପର୍ଶୀ ଭଜନ ରିଲିଜ ହୋଇ ଯାଇଛି .
ଭଜନଟିର ଶୀର୍ଷକ ହେଲା “ରାଗିଛନ୍ତି ବଡ ଠାକୁର”.
ଗତ ବର୍ଷ ଯେତେବେଳେ ବଡ଼ ଠାକୁରେ ରଥ ଉପରେ ପହଣ୍ଡି ସମୟରେ ମୁହଁ ମାଡି ପଡିଗଲେ ଅଗଣିତ ଶ୍ରଦ୍ଧାଳୁ ତାହାକୁ ବିଶ୍ୱାସ କରିପାରିଲେନାହିଁ .କିଏ କହିଲେ ବଡ଼ ଠାକୁରେ ରାଗିଛନ୍ତି ,କିଏ କହିଲେ ବଡ଼ ଠାକୁରେ ଝୁଂଟି ପଡିଲେ ,ଆଉ କିଏ କହିଲେ ଠାକୁରେ ଅଭିମାନ କରି ଭକ୍ତ ଆଡକୁ ଢଳି ପଡିଲେ ..କୋଟି କୋଟି ଭକ୍ତ ଦୁଃଖରେ କାନ୍ଦିବାକୁ ଲାଗିଲେ .କିନ୍ତୁ ବଡ଼ ଠାକୁରେ କଣ ସତରେ ଝୁଂଟି ପଡିଲେ ନା ରାଗିଗଲେ?
ସଂଗୀତ ନିର୍ଦେଶକ ଏବଂ ଗୀତିକାର ପ୍ରେମ ଆନନ୍ଦ ତାଙ୍କ ରଚିତ ଭଜନରେ ଶବ୍ଦ ଦେଲେ..
“ତୁମ ମାନବୀୟ ଲୀଳା ଦେଖି କଅଣ ବୁଝିବୁ
ତମେ ଝୁଣ୍ଟି ପଡ଼ିଲ କି ପ୍ରଭୁ ..
ପ୍ରେମ ଆନନ୍ଦ ଭକ୍ତ ଭାବରେ ପୁଣି ଲେଖିଲେ..
“ତୁମକୁ କହିଲେ ଜଗା ଶୁଣଇ
ବଡଭାଇ ବୋଲି କେତେ ମାନଇ
ତୁମ ମୁଖେ ଯଦି ହସ ନ ଥିବ
ଭକ୍ତ ଓ ସେବକ ମୁଣ୍ଡ ପିଟିବ
ତୁମେ ରାଗି ଯାଇଛ କି ପ୍ରଭୁ
ତୁମେ ଯଦି ରାଗିବ ଭକ୍ତ କାହାର ହବ
ତୁମେ ରାଗରେ ରହିଲେ ଦୁଃଖ କାହାକୁ କହିବୁ
ତମେ ଝୁଣ୍ଟି ପଡ଼ିଲ କି ପ୍ରଭୁ”. ….
ଭଜନରେ କି ଅପୂର୍ବ ଶବ୍ଦ ସଂଯୋଜନା !
ଭାବରେ ଭାବରେ ସେ ପୁଣି ଲେଖିଛନ୍ତି ..
“ତୁମେ ପଡିଗଲ ବିଶ୍ୱ ଚକିତ
ତୁମେ ଇଚ୍ଛା କରିଲ କି ପ୍ରଭୁ
ତୁମେ ଢଳି ପଡିବ ସାରା ବିଶ୍ୱ ଦେଖିବ
ଆମେ ସେବକ ହୋଇ କଣ ନିନ୍ଦା ଶୁଣିବୁ
ତୁମେ ଝୁଣ୍ଟି ପଡ଼ିଲ କି ପ୍ରଭୁ”..
ଏହି ହୃଦୟସ୍ପର୍ଶୀ ଭଜନର ସଂଗୀତ ନିର୍ଦେଶକ ଏବଂ ଗୀତିକାର ନିଜେ ପ୍ରେମ ଆନନ୍ଦ,କଣ୍ଠଦାନ କରିଛନ୍ତି ସୌରଭ ଭରଦ୍ୱାଜ .ପ୍ରୋଗ୍ରାମିଙ୍ଗ କରିଛନ୍ତି -ବିଶ୍ୱଜିତ ମହାପାତ୍ର ,ବଂଶୀ ର ମଧୁର ଧ୍ୱନି ଦେଇଛନ୍ତି ଅଭିରାମ ରଥଯାତ୍ରା ଅବସରରେ Pearls of Prem Anand ବ୍ୟାନରରେ ରିଲିଜ ହୋଇ ବିଶ୍ୱର ଅଗଣିତ ଭକ୍ତଙ୍କ ମନ କିଣିଛି ଭଜନ “ତୁମେ ଝୁଣ୍ଟି ପଡ଼ିଲ କି ପ୍ରଭୁ”.
ଭକ୍ତ ଓ ଭଗବାନ ଙ୍କ ସହିତ ସମ୍ପର୍କ ଅତି ନିବିଡ଼. ସେଥିପାଇଁ ଶ୍ରୀ ଚୈତନ୍ୟ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଅଣସର ସମୟରେ ଦର୍ଶନ ନ କରି ପାରି ସମୁଦ୍ରରେ ଝାସ ଦେବାକୁ ଯାଉଥିବା ବେଳେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କୁ ଅଲାରନାଥରେ ମହାପ୍ରଭୁଙ୍କ ରୂପରେ ଦର୍ଶନ କରାଇଥିଲେ .
ସେହିପରି ଭକ୍ତ ଗଣପତି ଭଟ୍ଟ ଅଣସର ସ୍ନାନବେଦୀରେ ନିଜର ଆରାଧ୍ୟ ଗଜାନନଙ୍କୁ ଦର୍ଶନ କରି ନ ପାରି ନିଜର ଶରୀରକୁ ଝାସ ଦେବାକୁ ଯାଉଥିବାବେଳେ ମହାପ୍ରଭୁ ଭକ୍ତଙ୍କୁ ଗଜାନନ ବେଶ ରେ ଦର୍ଶନ ଦେଲେ .
ସଂଗୀତ ନିର୍ଦେଶକ ଓ ଗୀତିକାର ପ୍ରେମ ଆନନ୍ଦ ଅତୀତରେ ଅନେକ ସୁପରହିଟ ସିନେମା ସଂଗୀତ ଓଡିଶାକୁ ଦେଇଥିବା ବେଳେ ଭାବ ଭକ୍ତିର ସଂଗୀତ ମଧ୍ୟ ନିଜେ ଭକତ ଭାବରେ ରଚନା କରି,ଅପୂର୍ବ ସଂଗୀତ ସଂଯୋଜନା ଦ୍ୱାରା ଲକ୍ଷାଧିକ ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି .
ସେ ନିଜେ ମଧ୍ୟ ମହାପ୍ରଭୁଙ୍କ ପରମ ଭକ୍ତ .
ଗତବର୍ଷ ପହଣ୍ଡି ସମୟରେ ବଡ଼ ଠାକୁର ଝୁଂଟି ପଡିବା ଅଥବା ପଡିଯିବା ଘଟଣା ପ୍ରେମ ଆନନ୍ଦ ଙ୍କୁ ମଧ୍ୟ ବ୍ୟଥିତ କରିଛି ,ସେଥିପାଇଁ ତାଙ୍କ ଭଜନ ମାଧ୍ୟମରେ ପଚାରୁଛନ୍ତି ରାଗିଛନ୍ତି କି ବଡ ଠାକୁର?
ଆଶା କରିବା ସାରା ବିଶ୍ୱରେ ଥିବା ମହାପ୍ରଭୁଙ୍କ କୋଟି କୋଟି ଭକ୍ତ ପ୍ରେମ ଆନନ୍ଦଙ୍କ ଏହି ଭଜନ ଟିକୁ ଶୁଣି ନିଶ୍ଚୟ ବିହ୍ଵଳ ହେବେ ଏବଂ ଏହି ଭଜନ ଚଳିତ ବର୍ଷ ଏକ ରେକର୍ଡ ସୃଷ୍ଟି କରିବ ବୋଲି ଆଶା କରାଯାଏ .https://youtu.be/eK6F3j1Pco0
