ନିର୍ମଳ ନାୟକଙ୍କ ହ୍ୟାଟ୍ରିକ

0

ଆଲେଖ୍ୟ-ଶ୍ୟାମା ପ୍ରସାଦ ମିଶ୍ର

୬୦ ପାଖାପାଖି ସିନେମା ରେ ସଂଳାପ ଲେଖିଥିବା ଡ଼ଃ ନିର୍ମଳ ନାୟକ ଏବେ ସୁଦ୍ଧା ୨୦୦ ରୁ ଅଧିକ ସିନେମାରେ ଗୀତ ଲେଖି ସାରିଲେଣି । ୨୦୨୫ ମସିହାଟି ତାଙ୍କ ପାଇଁ ବହୁତ ଲକି । ବର୍ଷ ଆରମ୍ଭରୁ ତାଙ୍କ Non-Film song (youtube) ରସିଆ ମାଗୁଛି ଗେଲ ,ହନୁ ଗଲା ଡେଇଁ ଡେଇଁ ,ଦିଲ୍ ଲଡଙ୍ଗ ଫସ୍ ହେଲା , ପାଉଚ୍ ପିଲେଇ ଦେ , ଗୀତ ସୁପରହିଟ ହେବା ସହିତ ସୋସିଆଲ ମିଡ଼ିଆ ରେ ହଇଚଇ ସୃଷ୍ଟି କରିଛି । ୨୦୨୫ ରେ ରିଲିଜ ହେଇଥିବା ସିନେମା “ସନାତନୀ” ଓ ” ଡଷ୍ଟବିନ୍” ସିନେମା ରେ ତାଙ୍କର ଗୀତ ଚର୍ଚ୍ଚାକୁ ଆସିଛି ଆଉ ଦର୍ଶକଙ୍କୁ ଖୁବ୍ ଝୁମେଇଛି । ସବୁଠାରୁ ମଜା କଥା ହେଉଛି ଏ ବର୍ଷର ରଜ ତାଙ୍କୁ ଆହୁରି ଚର୍ଚ୍ଚାକୁ ପରିସରକୁ ଟାଣି ନେଇଛି। କାରଣ ରଜରେ ରିଲିଜ୍ ହେବାକୁ ଥିବା ତିନୋଟି ଓଡ଼ିଆ ସିନେମାରେ ସେ କାମ କରିଛନ୍ତି ।

୧. First love –  Zee Sarthak banner ପ୍ରସ୍ତୁତ ” first love ” ରେ ସଂଳାପ ସହିତ ଦୁଇଟି ଗୀତ ଲେଖିଛନ୍ତି  ଯାହାକୁ ର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ମିତ୍ର ଆଉ ମ୍ୟୁଜିକ୍ ଦେଇଛନ୍ତି ସୋମେଶ ଶତପଥୀ ଏବଂ ସନ୍ତାଜିତ ଚାଟାର୍ଜୀ ।

2. ବାବୁଶାନ୍ ଙ୍କ ହୋମ୍ ପ୍ରଡକ୍ସନ ନିବେଦିତ “ବୋଉ ବୁଟୁ ଭୂତ” ରେ ସେ ଦୁଇଟି ଗୀତ ଲେଖିଛନ୍ତି ଯାହାର ମ୍ୟୁଜିକ୍ ଡିରେକ୍ଟର ଗୌରବାନନ୍ଦ୍ ।ଏଥିରେ ଥିବା   “ଡୁଙ୍ଗୁଥିଲି ” ଗୀତଟି ଟ୍ରେଣ୍ଡିଂ ରେ ଆସିବା ସହିତ ମାର୍କେଟରେ ହଇଚଇ ସୃଷ୍ଟି କରିଛି।

3. ବ୍ୟାସକବି ଫକୀରମୋହନ ସେନାପତିଙ୍କ ଗଳ୍ପ  “ରାଣ୍ଡିପୁଅ ଅନନ୍ତା”  ଆଧାରରେ ନିର୍ମିତ ଚଳଚ୍ଚିତ୍ର ” ଅନନ୍ତା” ରେ ଜଣେ ଏକକ ଗୀତିକାର ହିସାବରେ ଛଅଟି ଯାକ ଗୀତ ଲେଖିଛନ୍ତି। ଯାହାର ନିର୍ଦ୍ଦେଶକ ଅଛନ୍ତି ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ   କରିଥିବା ସବ୍ୟସାଚୀ ମହାପାତ୍ର ଏବଂ କୁମାର c  ଦେବ୍ । ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି ତାଙ୍କ ହିଟ୍ ଯୋଡିଦାର ଅଭିଜିତ ମଜୁମଦାର  । ଅନନ୍ତା ଭୂମିକା ରେ ଅଛନ୍ତି versatile actor ସବ୍ୟସାଚି ମିଶ୍ର ।

ଏହି ସିନେମା ରେ ଥିବା ଛଅଟି ଯାକ ଗୀତରେ ଓଡ଼ିଆ ମାଟିର ବାସ୍ନା ଓ ପାରମ୍ପରିକ ଶବ୍ଦ ସଂଯୋଜନା ଦର୍ଶକଙ୍କ ମନକୁ ବେଶ୍ ମୋହିତ କରୁଛି । 
ତାଙ୍କ ହାତର ଲେଖା ଜାଦୁରେ ସେ ଦର୍ଶକ ମାନଙ୍କୁ ରଜଭେଟି ଦେଇଛନ୍ତି। ବିଶେଷ କରି ତାଙ୍କ ତିନୋଟି ଗୀତ “ଆଇଲାରେ ଅନନ୍ତା” “ମଲ୍ଲିଢ଼ପ” ଏବଂ ଲୋରି “ନୀଳମଣି ବାପ ନୀଳମଣି” ଟ୍ରେଣ୍ଡିଙ୍ଗ୍ କୁ ଆସି ରଜବଜାର ରେ  ହଇଚଇ କରୁଛି। ବିଶେଷ କରି “ନୀଳମଣି” ଗୀତଟି ମା ର ପୁଅ ପ୍ରତି ଥିବା ଅନାବିଳ ଆବେଗ କୁ ନେଇ ଲେଖା ଯାଇଥିବାରୁ  ଯାହାକି ଶୁଣୁ ଶୁଣୁ ଦର୍ଶକ ମାନେ ଭାବ ବିହ୍ୱଳ ହୋଇ କାନ୍ଦି ପକାଉଛନ୍ତି । ଚର୍ଚ୍ଚା ହେଉଛି ତାଙ୍କର ପୁରୁଣା ଭଜନ ” ଜଗତରେ ପାଇବୁନି ଏମିତି ଠାକୁର ଟିଏ ” ଯେମିତି ଇତିହାସ ସୃଷ୍ଟି କରିଛି ।ଏଇ ନୀଳମଣି ଗୀତଟି ସେମିତି ଇତିହାସ ସୃଷ୍ଟି କରିବ।

 

Leave a Reply

Your email address will not be published. Required fields are marked *