ମହାପ୍ରଳୟ; ଧରାଲି ପରେ ଥରାଲି I ବର୍ଷ ବର୍ଷର ସ୍ବପ୍ନ ଓ ଜନ ଜୀବନ ଛାରଖାର I

0
LOGO INSIHT ODISHA NEWS

ମହାପ୍ରଳୟ; ଧରାଲି ପରେ ଥରାଲି
ବର୍ଷ ବର୍ଷର ସ୍ବପ୍ନ ଓ ଜନ ଜୀବନ ଛାରଖାର I ପାଣିରେ ଭାସିଯାଉଛି ଜୀବନର ପୁଞ୍ଜି ସମ୍ପତ୍ତି I

ପାଣିରେ ଭାସିଯାଉଛି ଘର, ଅଫିସ୍‌ ଓ ସରକାରୀ କୋଠା । ପ୍ରକୃତି ତାଣ୍ଡବ ରଚିବା ବନ୍ଦ୍‌ କରୁନାହିଁ। ଧରାଲି ପରେ ଏବେ ଥରା‌ଲି ମୁହାଁ ହୋଇଛି ପ୍ରକୃତି ତାଣ୍ଡବ। ସତେ ଯେମିତି ଲାଗେ ଲାଗିଯାଇଛି ଉତ୍ତରାଖଣ୍ଡକୁ କାହା ନଜର।

ଚମୋଲି – ଉତ୍ତରାଖଣ୍ଡ: ଯେବେ ପ୍ରକୃତି ତା’ର ତାଣ୍ଡବ ରଚାଇ ଥାଏ ତାହା ଅତି ଭୟନକ ରୂପ ନେଇଥାଏ I ଉତ୍ତରାଖଣ୍ଡକୁ; ଏଠାରେ ପ୍ରକୃତି ତା’ର ତାଣ୍ଡବ ରଚିବା ବନ୍ଦ୍‌ କରୁନାହିଁ। ସତେ ଯେମିତି ଲାଗିଯାଇଛି କାହା ନଜର। ଧରାଲି ପରେ ଏବେ ଥରା‌ଲି ମୁହାଁ ହୋଇଛି ପ୍ରକୃତି ତାଣ୍ଡବ, ଧରାଶାୟୀ ହେବାକୁ ବସିଛି ଥରା‌ଲି। ପାଣିରେ ଭାସିଯାଉଛି ଘର, ଅଫିସ୍‌ ଓ ସରକାରୀ କୋଠା। ଜନ ଜୀବନ ଛାରଖାର I ଧରାଲି ପ୍ରଳୟ ପରେ ଲୋକ ଅଣ୍ଟା ସଳଖି ଠିଆ ନହଉଣୁ ପୁଣି ଥରାଲି ପ୍ରଳୟ ଲୋକଙ୍କ ମନବଳ ଦୁର୍ବଳ କରାଇବା ଆରମ୍ଭ କଲାଣି।

ଶୁକ୍ରବାର ରାତିରେ ଥରାଲିରେ ହୋଇଥିବା ବାଦଲଫଟା ବର୍ଷା ଏବଂ ଆଖପାଖ ଗାଁକୁ ପୂରା ‌ଦୋହଲାଇ ଦେଇଛି। ବର୍ତ୍ତମାନ ଥରାଲି ଗାଁର ଅନେକ ଘର ମାଟି ତଳେ ଦବି ଯାଇଛି। ବନ୍ୟାଷ ଭୂସ୍ଖଳନରେ ପ୍ରଭାବିତ ହୋଇଛି ଗାଁ ପାଖ ମୁଖ୍ୟ ବଜାର ରାସ୍ତା ଘାଟ ମଧ୍ୟ ।

କିଛି ଦିନ ପୂର୍ବରୁ ଧରାଲି ଗାଁରେ ଯେଉଁଭଳି ଭୟଙ୍କର ପ୍ରଳୟ ଦେଖିବାକୁ ମିଳିଥିଲା, ଠିକ୍ ସେହିଭଳି ପ୍ରଳୟ ଦେଖିବାକୁ ମିଳିଛି ଥରାଲିରେ । ଘଟଣା ସ୍ଥଳରେ ପ୍ରଶାସନ, ଏନଡିଆରଏଫ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାକୃତିକ ଦୁର୍ବିପାକ ମଧ୍ୟରାତ୍ରିରେ ହୋଇଥିବାରୁ ଏଥିରେ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।
ତେବେ ଜରୁରୀକାଳୀନ ପରିସ୍ଥିତିକୁ ଆହୁରି ଘନୀଭୂତ କରିଛି ଏହି ପ୍ରାକୃତିକ ବିପର୍ଯ୍ୟୟ I ଜୀବନ ହାନି ତଥା ଜଣେ ବ୍ୟକ୍ତି ନିଖୋଜ ଥିବା ରିପୋର୍ଟ ହୋଇଛି I

ସେଦିନ ଅଗଷ୍ଟ ୫ ତାରିଖ, ମଙ୍ଗଳବାର ଥିଲା । ଦିନ ୧ଟା ୪୫ ମିନିଟରେ ବାଦଲ ଫାଟିବା ପରେ ଧରାଲିରେ ଆରମ୍ଭ ହୋଇଥିଲା ପ୍ରକୃତିର ଧ୍ବଂସଲୀଳା । ଚାହୁଁଚାହୁଁ ପାହାଡ ଉପରୁ ମାଡି ଆସିଥିଲା କାଦୁଅ ମିଶା ପାଣି । ନିମିଷକରେ ପୂରା ଗାଁ ପ୍ରଳୟର ଆଁରେ ପଶିଯାଇଥିଲା ଯେତେବେଳେ ପଥର ଓ କାଦୁଅ ମିଶା ପାହାଡି ପାଣିର ଖୋର ସ୍ରୋତ ବେଗ ଏତେ ଜୋରରେ ମାଡି ଆସିଥିଲା ଥିଲା । ଭାସିଯାଇଥିଲା ଘରଦ୍ବାର, ଭାସିଗଲା ଧରାଲି ବଜାର, ଭୁସଭାସ୍ ଭାଙ୍ଗି ଭାସିଗଲା ବଡ଼ ବଡ଼ ହୋଟେଲ । କାଦୁଅ ପାଣିରେ ଭାସିଗଲା କାର୍, ଓ ଭାସିଗଲେ ମଧ୍ୟ ମଣିଷ । ବଡ ବଡ ବିଲ୍ଡି, ଘର, ହୋଟେଲ, ମନ୍ଦିର ଭିତରେ କାଦୁଅ ପାଣି ମାଡିଯିବାରୁ ତା ଭିତରେ ରହିଗଲେ ଅନେକ ଜନ ଜୀବନ । ମାନେ ପକାଇଲେ ଏହି ପ୍ରଳୟର ଦୃଶ୍ୟ ସୋସିଆଲ ମିଡ଼ିଆ ଭିଡିଓ ମାଧ୍ୟମରେ ଗୋଡୋ ହାତ ଥରି ଯାଉ ଯାଉ, ଏବେ ଥରାଲିରେ ମଧ୍ୟ ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *