ରଥଯାତ୍ରାରେ ଓଡ଼ିଆ ଫିଲ୍ମ ଏବଂ ଟିଭି ନିର୍ଦ୍ଧେଶକ ସଂଘର ଲୋକସେବା କାର୍ଯ୍ୟକ୍ରମ
ସୌଜନ୍ୟ: ସୋସିଆଲ ମିଡ଼ିଆ
ପୁରୀ, ବଡ଼ଦାଣ୍ଡ : ୨୭/୦୬/୨୦୨୫ ପବିତ୍ର ରଥଯାତ୍ରା ଅବସରରେ ପୁରୀ ବଡ଼ଦାଣ୍ଡରେ ଯାତ୍ରୀମାନଙ୍କ ସେବା ପାଇଁ ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ସଦସ୍ୟମାନେ ଏକ ସେବା କାର୍ଯ୍ୟକ୍ରମ କରିଥିଲେ। ସାଲବେଗ ମନ୍ଦିର ସାମ୍ନାରେ ଯାତ୍ରୀମାନଙ୍କୁ ଘୋଳ ଦହି, ପାନୀୟ ଜଳ, ଛତା, ଟୋପି ଇତ୍ୟାଦି ବଣ୍ଟନ କରାଯାଇଥିଲା। ସାଲବେଗ ମନ୍ଦିର କମିଟିର ଅଧ୍ୟକ୍ଷ ଶ୍ରୀ ଚକ୍ରଧର ମହାପାତ୍ର ଓ ସଭାପତି ବିଶ୍ୱନାଥ ଜେନା ସହଯୋଗ ର ହାତ ବଢ଼େଇ ଥିଲେ।
ଓଏଫ୍ଟିଡିଏ (OFTDA) ର ଅଧ୍ୟକ୍ଷ ଡ଼. ସବ୍ୟସାଚୀ ମହାପାତ୍ର, ସଭାପତି ହିମାଂଶୁ ଖଟୁଆ, ଉପାଧ୍ୟକ୍ଷ ବବି ଇଶ୍ଲାମ, ଦେବିପ୍ରସାଦ ପଟ୍ଟନାୟକ, ସମ୍ପାଦକ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ତାପସ ସରଘରିଆ, ନିର୍ଦେଶକ ଅଶୋକ ପତି, ଶକ୍ତି ବରାଳ, ପ୍ରଦୀପ ଦାସ, ଅଜୟ ସିଂ, ଶିବପ୍ରସାଦ ମହାନ୍ତି, ସିଲୁ ମହାନ୍ତି, କୁନାଲ ପଟ୍ଟନାୟକ, ଅଜୟ ରଥ, ସତ୍ୟନାରାୟଣ ସାହୁ, ଶୈଳେନ୍ଦ୍ର ପରିଡ଼ା, ବନମାଳୀ ରଣା, ସରୋଜ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଅଭିନେତା ବବି ମିଶ୍ର, ରବି ମିଶ୍ର, ବ୍ୟବସ୍ଥାପକ ସତ୍ୟ, ନବ ,ପଟେଲ୍, ସୁର୍ଯ୍ୟ, ଜିତୁ, ରାଜା ମଧ୍ୟ ଏଥିରେ ଉପସ୍ଥିତ ରହି ସେବା ଯୋଗାଇଥିଲେ। ଏହି ଅବସରରେ ଡ଼. ସବ୍ୟସାଚୀ ମହାପାତ୍ର କହିଛନ୍ତି, “ପ୍ରଭୁ ଜଗନ୍ନାଥଙ୍କ କୃପା ରହିଲେ ଆମ ନିର୍ଦେଶକ ମାନେ ଭବିଷ୍ୟତରେ ମଧ୍ୟ ମନୋରଞ୍ଜନ ସହିତ ଲୋକସେବା କାର୍ଯ୍ୟକୁ ଜାରି ରଖିବେ।”
