ଓଡ଼ିଆ ଫିଲ୍ମ 1st Love ଦେଖିବା ପରେ..
ସମୀକ୍ଷା-ଶ୍ୟାମା ପ୍ରସାଦ ମିଶ୍ର
ଭୁବନେଶ୍ୱର PVR ରେ 1st Love ଦେଖିଲି। ଖୁବ ସୁନ୍ଦର ଲୋକେସନ. ଅନିରଙ୍କ ସୁନ୍ଦର ଫଟୋଗ୍ରାଫି ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି। 1st Love ସିନେମାଟିକୁ ସବୁ ବର୍ଗର ଦର୍ଶକ ମାନଙ୍କୁ ଆକୃଷ୍ଟ କରିବାପାଇଁ ଚେଷ୍ଟା କରି ସଫଳ ହୋଇଛନ୍ତି ନିର୍ଦେଶକ ଅଭିଷେକ ମିତ୍ର । ମଧ୍ୟାନ୍ତର ପର୍ଯ୍ୟନ୍ତ କାହାଣୀର ଭିଲେନ କିଏ ଜାଣିବା ମୁସ୍କିଲ । କାହାଣୀର ସାରାଂଶ, କିଶୋର ଅବସ୍ଥାରେ ବେଳେ ବେଳେ କିଛି ଅପରାଧ ନ କରି ମଧ୍ୟ ନିଜ ବାଚଳାମି ପାଇଁ ପିଲାଟିଏ ଅପରାଧୀ ହୋଇଯାଏ..ପୁଣି ଅତ୍ୟଧିକ ସରଳ ବିଶ୍ୱାସ ନିଜ ପାଇଁ ସମସ୍ୟା ସୃଷ୍ଟିକରେ..ବେଳେ ବେଳେ ଯାହା ସାମନାରେ ଦିଶେ ତାହା ସତ୍ୟ ନୁହେଁ । ଷଡଯନ୍ତ୍ରକୁ ବୁଝି ନ ପାରି ଅନେକ ମଧୁର ସମ୍ପର୍କରେ ମଧ୍ୟ ଭଟ୍ଟା ପଡ଼ିଯାଏ । ପ୍ରକୃତରେ ପ୍ରଥମ ପ୍ରେମକୁ ଭୁଲିବା ଏତେ ସହଜ ନୁହେଁ.ତାହା ଏ ସିନେମାରେ ବେଶ ଭଲ ଭାବେ ଚିତ୍ରିତ କରାଯାଇଛି । ସିନେମା ରେ ଅନେକ ସ୍ଥାନ ରେ ଟ୍ଵିଷ୍ଟ ଅଛି, ରୋମାଣ୍ଟିକ Sequence ଅଛି । ଅଳ୍ପ ସମୟ ହେଲେ ମଧ୍ୟ ସୁନ୍ଦର gfx photography କୁ ଆହୁରି ସୌନ୍ଦର୍ଯ୍ୟମୟ କରିଛି ।
ତେବେ କାହାଣୀର ଅନେକ ସ୍ଥାନରେ ଶୈଳେନ୍ଦ୍ରଙ୍କ ସାଙ୍ଗ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ପ୍ରଥମରୁ କିଛିଟା ଦୃଶ୍ୟ ମାତ୍ରାଧିକ ଲାଗିଲା. ବରଂ ସିନେମାଟି ଯେତିକି ଯେତିକି ଆଗକୁ ବଢିଛି, ଚିତ୍ରନାଟ୍ୟ ସେତିକି ଚମତ୍କାର ହୋଇଛି ।ଅନ୍ୟ ମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ (ଟିଲୁ),ଉଷଶୀ ମିଶ୍ର,ଶୁଭ୍ରାଂଶୁ, ମିଲି ମହାନ୍ତି, ବୁଲୁ ପଣ୍ଡାଙ୍କ ପରି ଅଭିଜ୍ଞ ଅଭିନେତା ମାନେ ନିଜ ନିଜର ସ୍ଥାନରେ ଖୁବ ଚମତ୍କାର ଅଭିନୟ କରିଛନ୍ତି । ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ଅଭିନୟ କିନ୍ତୁ ଖୁବ ଉଚ୍ଚକୋଟିର, ସୋମେଶ ଶତପଥିଙ୍କ ସଂଗୀତ ଭଲ ହୋଇଛି. ଡ଼ ନିର୍ମଳ ନାୟକଙ୍କ ଗୀତ ରଚନା ଚମତ୍କାର. ଜାଭେଦ ଅଲ୍ଲୀ, ଅର୍ପିତା,ହ୍ୟୁମାନ ସାଗର ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ସ୍ୱରରେ ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି । ଚୋରାବାଲି ନାୟିକା,ଜୟ ଜୟ କିଙ୍ଗ ଖାନ,ତୋର ହେଲି ମୁଁ ଗୀତ ଗୁଡିକ ଶ୍ରୋତାଙ୍କ ମନ ଛୁଇଁଛି. Choreographer ଗିରୀଶ ନାୟକ,ଅମିତ ନାୟକ,ପୋପିନ ଦିବ୍ୟା ନିଜ ନିଜର ଗୀତ ଗୁଡିକୁ ବେଶ ଭଲ କରିଛନ୍ତି. ପୋଷ୍ଟ ପ୍ରଡ଼କ୍ସନ ସୃଜନ films studio ରେ ଉଚ୍ଚକୋଟୀର ହୋଇଛି ।
ତେବେ ଗୀତରେ କିଙ୍ଗ ଖାନଙ୍କ ଜୟ ଜୟକାର କାହିଁକି କରାଗଲା ଏବଂ ନ କରିଥିଲେ କଣ ଅସୁବିଧା ହୋଇଥାନ୍ତା ଜାଣି ହେଲା ନାହିଁ. Bollywood ଛିଟା ଲଗାଇବାକୁ ଯାଇ ମସ୍ତ ବଡ଼ ଭୁଲ କରିଛନ୍ତି କ୍ରିଏଟିଭ ଟିମ । କିନ୍ତୁ ସିନେମାର ଦୁର୍ବଳ ମାର୍କେଟିଙ୍ଗ ଏବଂ ପ୍ରଚାର କୌଶଳ ପାଇଁ ଏତେ ସୁନ୍ଦର ସିନେମା ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କ ନିକଟରେ ପ୍ରଥମ ସପ୍ତାହ ରେ ପହଂଚି ପାରିନାହିଁ । ମୁଁ ବାରମ୍ବାର କହିଆସୁଛି କେବଳ ସିନେମା ଭଲ ହେଲେ ହଲରେ ଚାଲିବ ନାହିଁ ସୁଚିନ୍ତିତ ପ୍ରଚାର କୌଶଳ ସହିତ Marketing Strategy କରିବା ନିହାତି ଜରୁରୀ.ଏହି ସିନେମାଟି ଓଡିଶାର କେଉଁ ସ୍ଥାନରେ କେଉଁ ହଲରେ ରିଲିଜ ହେବାର ଅଛି ସେ ସମ୍ପର୍କରେ କୌଣସି ସୂଚନା ସୋସିଆଲ ମିଡ଼ିଆ କିମ୍ବା ଖବର କାଗଜରେ ପୂର୍ବରୁ ଦିଆଯାଇନାହିଁ । ଭୁବନେଶ୍ୱରରେ କେବଳ ଦୁଇଟି ଓଡ଼ିଆ ସିନେମା ଭାବାନ୍ତର ଏବଂ 1st Love ଥିବାବେଳେ ପ୍ରଥମ ସପ୍ତାହ Collection ପ୍ରଯୋଜକଙ୍କୁ ନିହାତି ନିରାଶ କରିଥିବ । Amara Muzik yt ଚ୍ୟାନେଲ ରେ ଗୀତ ଗୁଡିକ ରିଲିଜ ହୋଇଛି. ପ୍ରଖ୍ୟାତ ଫିଲ୍ମ ବିତରକ ପ୍ରକାଶ ଫିଲ୍ମ ଏ ସିନେମାର ବିତରଣ କରିଛନ୍ତି. ଅଭିଜ୍ଞ ପ୍ରଯୋଜକ ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ ପ୍ରଯୋଜିତ ଏହି ସିନେମା ଟି Zee ସାର୍ଥକ ସହିତ ସହବନ୍ଧିତ ହୋଇଥିବାରୁ କ୍ଷତି ବିଶେଷ ନ ହେଲେ ମଧ୍ୟ ପ୍ରେକ୍ଷାଳୟରେ ଆଶା ଅନୁସାରେ ବ୍ୟବସାୟ କରି ପାରିବ କି ନାହିଁ ମୁଁ ସନ୍ଦେହରେ ରହିଛି.
ଗତ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ହାତ ଗଣତି କେତୋଟି ସିନେମା କୁ ଛାଡିଦେଲେ, ପ୍ରଯୋଜକ ଭଲ ପ୍ରଚାର ଅଭାବରୁ କ୍ଷତି ବାରମ୍ବାର ସହୁଥିଲେ ମଧ୍ୟ ନିଜର ପ୍ରଚାର କୌଶଳରେ ପରିବର୍ତ୍ତନ କାହିଁକି କରୁନାହାନ୍ତି ତାହା ସେମାନେ ହିଁ କେବଳ କହିପାରିବେ ।ଭୁବନେଶ୍ୱରରେ ତିନୋଟି ହଲ PVR, Cinepolis ଏବଂ Sriya Swati cine complex ରେ ଫିଲ୍ମ ଅଛି । ଆଗକୁ 13 ତାରିଖ ଦିନ ବାବୁସାନ ଏବଂ ସବ୍ୟସାଚୀ ମିଶ୍ରଙ୍କ ରଜ ସିନେମା ଆସୁଥିବାରୁ ଭୁବନେଶ୍ୱର ଦର୍ଶକ ମାନେ ଯଥାଶୀଘ୍ର ଏହି ଭଲ ଫିଲ୍ମଟିକୁ ଦେଖିନେବା ଆବଶ୍ୟକ।
