ହାସ୍ୟ ଅଭିନେତା ରୁ ନିର୍ଦ୍ଦେଶକ..
Written by: Shyama Prasad Mishra
ହାସ୍ୟଅଭିନେତା ରୁ ନିର୍ଦ୍ଦେଶକ ଭାବରେ ଯେଉଁ କେତେଜଣ ଅଭିନେତା ଆଗେଇ ଆସିଛନ୍ତି ସେମାନଙ୍କ ମଧ୍ୟରେ ରାଧା ପଣ୍ଡା,ତତ୍ୱ ପ୍ରକାଶ (ପପୁ ପମ ପମ) ଏବଂ ହରିହର ମହାପାତ୍ର ଅନ୍ତର୍ଭୁକ୍ତ. ରାଧା ପଣ୍ଡା ଙ୍କ “ଭକ୍ତ ସାଲବେଗ”, ପପୁଙ୍କ “ଡଷ୍ଟବିନ” ସଫଳତା ପାଇଥିବା ବେଳେ ହରିହର ଙ୍କ “ଆଇ ଆମ କାଳିଆ” ଯଥେଷ୍ଟ ସୁନାମ ଅର୍ଜନ କରିବାର ସମ୍ଭାବନା ରହିଛି.
ହରିହର ମହାପାତ୍ର ହାସ୍ୟ ଅଭିନେତା ଭାବରେ ଯେତିକି ସୁନାମ ପାଇଛନ୍ତି, ମୁଖ୍ୟ ନାୟକ ହିସାବରେ ରୁମୁକୁ ଝୁମାନା, ଧୋରେ ବାବୁ ଧୋ ଏବଂ ଭଗିଆ ଭାରିଜାରେ ଅଧିକ ସୁନାମ ପାଇଛନ୍ତି . ଭଗିଆ ଭାରିଜା ପାଇଁ ବାଣୀଚିତ୍ର ଚଳଚ୍ଚିତ୍ର ଉତ୍ସବରେ ଵେଷ୍ଟ Director ଜୁରୀ, Best Actor ଜୁରୀ, Best ଫିଲ୍ମ Critic, Best Vilian, Best Heroine ମିଳିବା ଗୌରବର ବିଷୟ.
ଆଇ ଆମ କାଳିଆ ଚଳଚ୍ଚିତ୍ରଟି ଆସନ୍ତା ବାହୁଡା଼ ରେ ସାରା ଓଡିଶାରେ ମୁକ୍ତିଲାଭ କରିବ. ଋଷିୟା ମଞ୍ଚ ଅଭିନେତ୍ରୀ ଆନିଆ ଏହି ଚଳଚ୍ଚିତ୍ରର ଏକ ବିଶେଷ ଭୂମିକାରେ ନଜର ଆସିବେ.

