ମୋ ସ୍ବପ୍ନ ରେ ଓଡ଼ିଆ ସିନେମା
ମୋ ସ୍ବପ୍ନ ରେ ଓଡ଼ିଆ ସିନେମା
ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ଆସୁଛି
ଲେଖକ: ଶ୍ୟାମା ପ୍ରସାଦ ମିଶ୍ର
ଆଜି ଭୋରରୁ ଗୋଟେ ସ୍ବପ୍ନ ଦେଖିଲି .
ବାଦାମବାଡ଼ିରେ ତିନି ଜଣ ପୁରୁଣା ବ୍ଳାକର ଦେଖାହେଲେ .
ଜଣେ କଟକର ,ଜଣେ ଭୁବନେଶ୍ୱରର ଆଉ ଜଣେ ପୁରୀର .
କଟକ ଭାଇ ପଚାରିଲା ,ଆଉ ..
ଏବେ କଣ ସବୁ କରୁଛ ..
ଭୁବନେଶ୍ୱର ଭାଇଟି କହିଲା ,କାମ ଆଉ କିଛି ମିଳିଲାନି ..କେଶରୀ ଟକିଜ ପାଖରେ ନାଲି ଚା ଦୋକାନ ଦେଇଛି .
ପୁରୀ ଭାଇ କହିଲା ,ବଡଦାଣ୍ଡରେ ଖଜା ଦୋକାନ ଦେଇଛି
କଟକ ଭାଇ କହିଲା ,ମୁଁ ଦହିବରା ଆଳୁଦମ ଦୋକାନ ଦେଇଛି .
ଜଣେ ଅନ୍ୟ ଜଣଙ୍କୁ କହୁଛି ,ଆରେ ଭାଇ ପ୍ରଶାନ୍ତ ଭାଇନା , ଶ୍ରୀରାମ ପଣ୍ଡା ,ଉତ୍ତମ ଭାଇ,ବିଜୟ ମହାନ୍ତି ,ମିହିର ଭାଇ,ସିଦ୍ଧାନ୍ତ ଙ୍କ ସମୟରେ ଓଡ଼ିଆ ସିନେମା ଏତେ ଡିମାଣ୍ଡ ଥିଲା ଯେ ଆମ ପରି ବ୍ଳାକର ମାନଙ୍କ ରୋଜଗାର ଖୁବ ଅଧିକ ଥିଲା ,ସବୁ ଫିଲ୍ମ ଭାଇ ସୁପରହିଟ..
କିଛିଦିନ ବାବୁସାନ ,ଅନୁଭବ ,ଅରିନ୍ଦମ,
ସବ୍ୟସାଚୀ,ବୁଦ୍ଧାଦିତ୍ୟ ,ଆକାଶଙ୍କ ଫିଲ୍ମ ଭଲ ଚାଲିଲା ..
ଓଃ ଭାଇ ବ୍ଳାକରଙ୍କ କି ରୋଜଗାର …
ତା ପରେ କିଛିଦିନ ସ୍ୱରାଜ,ସନ୍ଦୀପ ,ଜ୍ୟୋତି ଚଳାଇନେଲେ ..
ଆଉଜଣେ କହୁଛନ୍ତି -ଭାଇ କୋଭିଡ ଆସି ସବୁ ବିଗାଡି ଦେଲା ,କିଛି ଟିଭି ଵାଲା ୧୯/୨୦ ଲକ୍ଷରେ ସିନେମା କଲେ ..କେତେଜଣ ୧୦ ଲକ୍ଷରେ ବି ସିନେମା କଲେ ,ତାଙ୍କୁ ଦେଖାଦେଖି ହଲ ଫିଲ୍ମ ବି ୨୦ /୨୫ ଲକ୍ଷରେ କିଛି କଲେ,ଆଉ ପ୍ରଚାର କଲେ ବାହୁବଳୀ ଭଳି ଆମ ସିନେମା ହୋଇଛି ..
ଦର୍ଶକ କଣ ବୋକା ..୨୦୦/୪୦୦ କୋଟି ସିନେମା କୁ ୨୦୦ ଟଙ୍କା ଦେଇ ଦେଖୁଛନ୍ତି ୨୦/୨୫ ଲକ୍ଷରେ ହେଉଥିବା ଓଡ଼ିଆ ସିନେମା ସେହି ୨୦୦ ଦେଇ ଦେଖିବାକୁ ଦର୍ଶକ ଆସିବେ କାହିଁକି ?
ଆମର ଅବସ୍ଥା ଖରାପ ,ଯେଉଁ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକ ମାଡ଼ଗୋଳ ହୋଇ ଟିକେଟ ଆମ ପରି ବ୍ଳାକର ମାନଙ୍କ ଠାରୁ କିଣି ନେଉଥିଲେ ଆଉ ସେ ଯୁଗ ଚାଲିଗଲା ..ତେଣୁ କିଏ ଚା ଦୋକାନ ,କିଏ ଖଜା ଦୋକାନ ଆଉ କିଏ ଦହିବରା ଦୋକାନ କରି ସଂସ୍ଥା ଚଳାଇବା କଥା ..
ଏବେ ଅନୁଭବର କର୍ମ ଆସିଲା ,ପଛକୁ ପଛ ଏବେ ବାବୁସାନର ବୋଉ ବୁଟୁ ଭୁତ ,ସବ୍ୟସାଚୀଙ୍କ ଅନନ୍ତା ଖେଳୁଛି ..ଭାଇ ପୁରା ମାର୍କେଟ ନଉଚି ..ସବୁଦିନ କୋଟି କୋଟି ଟଙ୍କାରେ ଖେଳ ..ଦର୍ଶକ ଟିକେଟ ନ ପାଇ ଫେରୁଛନ୍ତି ..
ଆମ ବେପାର ପାଇଁ ଠିକ ସମୟ ,
ଯେ ଜଗନ୍ନାଥେ ,ହେ ଲିଙ୍ଗରାଜେ ,ହେ ମା କଟକ ଚଣ୍ଡି…
ଓଡ଼ିଆ ସିନେମା ର ସୁବର୍ଣ୍ଣ ଯୁଗ ଫେରିଆସୁ ..
ଯେଉଁ ସୁନାର ସମୟ ଆମେ ଦେଖିଥିଲେ ଆମ ପିଲାମାନେ ପୁଣି ସେ ସମୟ ଦେଖନ୍ତୁ ..
ଆମର ତା ବଳ ବୟସ ଗଲା ..ପିଲାଙ୍କର ଚାକିରୀ ବାକିରି ନାହିଁ ,ଭାବିଚି ଆମ ପୁରୁଣା ଲାଇନରେ ପୁରାଇ ଦେବି..
ସକାଳ ହୋଇଗଲା ,ନିଦ ମୋର ଭାଙ୍ଗିଗଲା ..
ଏମିତି ମୁଁ କଳାବଜାରକୁ ପ୍ରଶୟ ଦିଏ ନାହିଁ ,କାହିଁକି ଏ ସ୍ବପ୍ନ ଦେଖିଲି କେଜାଣି …
ତେବେ ଏ ସ୍ବପ୍ନ ସତ ହେଉ ..
ମୁଣ୍ଡିଆଟିଏ ମାରି ମହାପ୍ରଭୁଙ୍କୁ ଡାକିଲି ଓଡ଼ିଆ ସିନେମାର କିମ୍ବଦନ୍ତୀ ପୁରୁଷ ପ୍ରଶାନ୍ତ ନନ୍ଦ ଭାଇନାଙ୍କ କଥା ସତ ହେଉ , ୨୦୨୬ ସୁଦ୍ଧା ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ଫେରିଆସୁ… ଦମନ ,କର୍ମ ,ବୋଉ ବୁଟୁ ଭୁତ ପରି ଅନେକ ସିନେମା ହେଉ ,ପ୍ରଯୋଜକ କୋଟି କୋଟି ଟଙ୍କା ରୋଜଗାର କରି ଆହୁରି ଭଲ ଓଡ଼ିଆ ସିନେମା କରନ୍ତୁ .
ଭଲ କାହାଣୀ ,ମୌଳିକ କାହାଣୀ ଠିକ ଅଛି ,
ହେବା ଦରକାର ..କିନ୍ତୁ ସିନେମାର କ୍ୱାଲିଟି ମଧ୍ୟ ବହୁତ ଭଲ ହେବା ଦରକାର ..
ପ୍ରଶାନ୍ତ ଭାଇନା କହୁଥିଲେ ପ୍ରତି ଦଶ ବର୍ଷରେ ଦର୍ଶକ ପରିବର୍ତ୍ତନ ହୁଅନ୍ତି ,
ସମୟ କୁ ଚାହିଁ ଆମ ପ୍ରଯୋଜକ ,ନିର୍ଦେଶକ,ଟେକନିସିଆନ
ଏବଂ ପବ୍ଲିସିଟି ବିଭାଗ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ,
ସବୁଠାରୁ ବଡ଼କଥା ହେଲା ସିନେମା ର ସଂଗୀତ.. ସିନେମା ଆଜି ଅଛି କାଲି ଚାଲିଯିବ,କିନ୍ତୁ ଗୀତ ସେହି ସିନେମାକୁ ଶହେବର୍ଷ ଧରି ବଞ୍ଚାଇ ରଖିବ .
