ଓଡ଼ିଆ ସିନେମାରେ ମହିଳା ପ୍ରଯୋଜିକା

1

ଆଲେଖ୍ୟ: ଶ୍ୟାମା ପ୍ରସାଦ ମିଶ୍ର
ବଲିଉଡ଼ରେ ଅନେକ ନାମି ଦାମୀ ଅଭିନେତ୍ରୀମାନେ ନିଜର ପ୍ରଡକ୍ସନ ହାଉସ ମାଧ୍ୟମରେ ଅନେକ ଭଲ ଫିଲ୍ମ ମାନ ପ୍ରଯୋଜନା କରୁଥିବାର ନଜିର ଅଛି . ସମ୍ପ୍ରତି ଓଡ଼ିଆ ସିନେମାରେ ମହିଳା ମାନେ ମଧ୍ୟ ପ୍ରଯୋଜନା କ୍ଷେତ୍ରରେ ଆଗେଇ ଆସିଲେଣି .ଦୀର୍ଘବର୍ଷ ତଳେ ପାର୍ବତୀ ଘୋଷ ନିଜର ବ୍ୟାନର ରେ ଅନେକ ସଫଳ ଚଳଚିତ୍ର ମାନ ନିର୍ମାଣ କରିଥିଲେ । ସମ୍ପ୍ରତି ଓଡ଼ିଆ ସିନେମା ସହିତ ଜଡିତ ଅନେକ ମହିଳା ମଧ୍ୟ ଫିଲ୍ମ ପ୍ରଯୋଜନା କରୁଛନ୍ତି :-

 

1.ବର୍ଷା ପଟ୍ଟନାୟକ -ପ୍ରତୀକ୍ଷା ,ତ୍ରିକନ୍ୟା ଏବଂ କର୍ମ ର ସଫଳ ପ୍ରଯୋଜିକା ।

2.ଝିଲିକ ଭଟାଚାର୍ଯ୍ୟ -Dear Purusha ,ପ୍ରିୟା ତୁ ମୋ ସିଏ ,ତୋର ମୋର କଟି ଏବଂ ଖିସମିସ ପରି ଓଡ଼ିଆ ସିନେମା କରି ପ୍ରଯୋଜନା ଦୁନିଆରେ ପାଦ ଦେଇଛନ୍ତି ।

3.ଅଭିନେତା ବାବୁସାନ ଙ୍କ ଧର୍ମପତ୍ନୀ ତୃପ୍ତି ମହାନ୍ତି ପାବାର ଏବଂ ବୋଉ ବୁଟୁ ଭୁତ ମାଧ୍ୟମରେ ନିଜକୁ ଜଣେ ସଫଳ ପ୍ରଯୋଜିକା ଭାବେ ସାବ୍ୟସ୍ତ କରିପାରିଛନ୍ତି ।

4.ଅନୁରାଧା ନାୟକ -ପ୍ରଯୋଜକ ଟୁଟୁ ନାୟକଙ୍କ ଧର୍ମପତ୍ନୀ I Love You -2 ରେ ପ୍ରଯୋଜିକା ଭାବେ ପାଦ
ଥାପିଛନ୍ତି ।

5.ଅର୍ଚିତା ସାହୁ -ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ପତ୍ନୀ ତଥା ଓଡିଶାର ସୁପର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନୂଆ ଓଡ଼ିଆ ସିନେମା ର ସହ ପ୍ରଯୋଜିକା ଅଛନ୍ତି ।

6.ଅଭିନେତା ଅନୁଭବ ମହାନ୍ତି ଙ୍କ ଧର୍ମପତ୍ନୀ ଜାଗୃତି ଜଣେ ସ୍ୱନାମଧନ୍ୟା ଗଣମାଧ୍ୟମରେ କାର୍ଯ୍ୟରତ ମହିଳା ଏବଂ ଲେଖିକା .ସମ୍ପ୍ରତି ସେ ମଧ୍ୟ ତାଙ୍କ ହୋମ ପ୍ରଡକ୍ସନ ମାଧ୍ୟମରେ ପ୍ରଯୋଜିକା ଭାବରେ ଏଣ୍ଟ୍ରି କରିବେ ।

ଗୃହିଣୀ ମାନେ ଘର ସୁଚାରୁ ରୂପେ ସଜାଡିବାରେ ପ୍ରମୁଖ ଭୂମିକା ନେଇଥାନ୍ତି । ଓଡ଼ିଆ ସିନେମାରେ ପ୍ରଯୋଜକ ମାନେ ବାରମ୍ବାର ଭଲ ସିନେମା କରିବା ସତ୍ୱେ ଆର୍ଥିକ କ୍ଷତି ସହୁଥିବା ବେଳେ ମହିଳା ପ୍ରଯୋଜିକା ମାନେ ଆଗକୁ ଆସି ଅଯଥା ଖର୍ଚ୍ଚ କାଟ କରିବା ସହିତ ଓଡ଼ିଆ ସିନେମାର ଆର୍ଥିକ ସଙ୍କଟକୁ ଦୂର କରିପାରିବେ ବୋଲି ଆଶା କରାଯାଏ ।

1 thought on “ଓଡ଼ିଆ ସିନେମାରେ ମହିଳା ପ୍ରଯୋଜିକା

  1. Most welcome to all the female Producer. They concentrate on the work perfectly. I have worked with Parbati Ghosh in her Produced & Directed telefilm Sopan. I was an actor. Normally the people respect lady director in our industry very much & actor works with lady director obediently. The tuning of lady director with actor matches perfectly.

Leave a Reply

Your email address will not be published. Required fields are marked *