କିଏ କରିବ କେତେ ବ୍ୟବସାୟ?
ରଜ ଅର୍ଥାତ ଜୁନ 13 ରେ ଓଡ଼ିଆ ସିନେମା ବୋଉ ବୁଟୁ ଭୁତ ଏବଂ ଅନନ୍ତା ପ୍ରାୟ ହଲ ରେ ଆସିଯିବ. ବୋଉ ବୁଟୁ ଭୁତ ପ୍ରକାଶ ଫିଲ୍ମସ ବିତରକ ଥିବାବେଳେ ଅନନ୍ତା ଫିଲ୍ମର ବିତରକ ଅଛନ୍ତି ରାଜଶ୍ରୀ.
ପ୍ରକାଶ ଫିଲ୍ମସ ବିତରଣ କରିଥିବା 1st Love ରଜ ପୂର୍ବରୁ ହଲରୁ ଉଠିଯାଇଥିବ କିମ୍ବା ଓଡିଶାର ଖୁବ ଅଳ୍ପ ହଲରେ ଥିବ. କିନ୍ତୁ ରଜ ପରେ ଜୁନ ମାସ ଦ୍ବିତୀୟ ସପ୍ତାହ ଅର୍ଥାତ ରଥଯାତ୍ରା 27 ତାରିଖରେ ପଡୁଥିବାରୁ ପଛକୁ ପଛ ଆହୁରି ତିନୋଟି ସିନେମା ଆସିଯିବ. ଅର୍ଥାତ ଜୁନ 27 ତାରିଖରେ ବୋଉ ବୁଟୁ ଭୁତ ଏବଂ ଅନନ୍ତା ସହିତ ନବକଳେବର, ଛି ଛି ରେ ନନି ଏବଂ ବାହୁଡା଼ ରେ ଆଇ ଆମ କାଳିଆ ପଛକୁ ପଛ ଯୋଡି ହୋଇଯିବେ.
ଏବେ କଥା ଉଠୁଛି, କିଏ କେତେ ହଲ ପାଇବ ଏବଂ ବ୍ୟବସାୟ କାହାର କେତେ ହେବ. ଦ୍ବିତୀୟ ସପ୍ତାହରେ ଅନ୍ୟ ତିନୋଟି ଓଡ଼ିଆ ଫିଲ୍ମ ଆସିଗଲେ ମଧ୍ୟ ବାବୁସାନ ଏବଂ ସବ୍ୟସାଚୀଙ୍କ ପ୍ରଚାର କୌଶଳ ସହିତ Proper marketing plan ପାଇଁ ଭଲ ବ୍ୟବସାୟ କରି ଜୁଲାଇ 10 ବା ଆହୁରି ଆଗକୁ ସେମାନେ ହଲରେ ନିଶ୍ଚୟ ରହିବେ.

ଏ ଗହଳି ଭିତରେ ନ ରହି ଅଶୋକ ପତି ନିର୍ଦେଷିତ ଦେବାଶିଷ ପଟ୍ଟନାୟକ ପ୍ରଯୋଜିତ ଲଢେଇ October କୁ ନିଜ ଫିଲ୍ମ ଘୁଞ୍ଚାଇ ଦେଇଛନ୍ତି. ଦଶହରା କିମ୍ବା ତା ପୂର୍ବରୁ ଲଢେଇ ଆସିବ..
ସେ ସମୟରେ ଅର୍ଧେନ୍ଦୁ ସାହୁ ଏବଂ ଏଲିନା ଅଭିନୀତ ଚ୍ୟାଲେଞ୍ଜ ରିଲିଜ ହେବାର ସମ୍ଭାବନା ରହିଛି.ଏହା ବ୍ୟତୀତ ଅନୁଭବ ମହାନ୍ତି ଅଭିନୀତ ଚାରିଧାମ ମଧ୍ୟ ଦଶହରା ରେ ରିଲିଜ କରିବାର ସମ୍ଭାବନା ରହିଛି.

ସୀତାରାମ ଅଗ୍ରୱାଲ ଙ୍କ ଛି ଛି ରେ ନନି ରଥଯାତ୍ରାରେ ବିଶେଷ ବ୍ୟବସାୟ ନ କରିଲେ ମଧ୍ୟ ନିଜ ଚ୍ୟାନେଲ ଥିବାରୁ ବିଶେଷ କ୍ଷତି ସହିବେ ନାହିଁ.

ମାତ୍ର ନବକଳେବର ଏବଂ ଆଇ ଆମ କାଳିଆର Marketing ପ୍ଲାନ ଠିକ ରୂପେ ନ ହୋଇ ପାରିଲେ ସେ ସବୁ ଭଲ ଫିଲ୍ମ ସତ୍ୱେ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ଅଧିକ.ପ୍ରଯୋଜକ ମାନେ ଅଧିକ ରୁ ଅଧିକ ପ୍ରଚାର ପ୍ରସାର କରିବା ସହିତ ବିତରକ ମାନଙ୍କଠାରୁ ହଲ ଲିଷ୍ଟ ଯଥେଷ୍ଟ ପୂର୍ବରୁ ଆଣି ବିଭିନ୍ନ ମିଡ଼ିଆ ମାଧ୍ୟମରେ ପ୍ରଚାର କଲେ ଦର୍ଶକ ନିଶ୍ଚୟ ଓଡ଼ିଆ ଫିଲ୍ମ ଦେଖିବାକୁ ଆଗ୍ରହୀ ହେବେ.

