କାହାର ହେବେ ଅର୍ଚ୍ଚିତା?
ଆଲେଖ୍ୟ- ଶ୍ୟାମା ପ୍ରସାଦ ମିଶ୍ର
ରଜରେ ବାବୁସାନଙ୍କ ସହିତ ବୋଉ ବୁଟୁ ଭୁତ ସିନେମାରେ ନଜର ଆସିବେ ଅଭିଜ୍ଞ ଅଭିନେତ୍ରୀ ଅର୍ଚ୍ଚିତା. ସେପଟେ ସବ୍ୟସାଚୀ ମିଶ୍ର ଙ୍କ ସିନେମା ଅନନ୍ତାର ସେ ମଧ୍ୟ ସହ-ପ୍ରଯୋଜିକା.
ବାବୁସାନଙ୍କ “ବୋଉ ବୁଟୁ ଭୁତ’ର ପ୍ରମୋସନ ଆରମ୍ଭ ହୋଇଥିବାବେଳେ ସେଥିରେ ଅର୍ଚ୍ଚିତା ଙ୍କୁ ଯଥେଷ୍ଟ ସମୟ ଦେବାକୁ ହେବ. ଅନ୍ୟ ପକ୍ଷରେ ସେ’ ଅନନ୍ତା ସିନେମାର ସହ- ପ୍ରଯୋଜିକା ହୋଇଥିବାରୁ ସେହି ସିନେମା ର ପ୍ରମୋସନ ପାଇଁ ସବ୍ୟସାଚୀଙ୍କ ପାଇଁ ପ୍ରମୋସନ କରିବା ମଧ୍ୟ ଜରୁରୀ. ତେବେ ଅତୀତରେ ସବ୍ୟସାଚୀଙ୍କ ସିନେମା ଯାହାବି ରିଲିଜ ହୋଇଛି, ସବ୍ୟସାଚୀ ଏକୁଟିଆ ହିଁ ପ୍ରଚାରର ମଙ୍ଗ ଧରନ୍ତି.ତେଣୁ ସେହି ନ୍ୟାୟ ରେ ଅନନ୍ତା ପ୍ରମୋସନ ପାଇଁ ହୁଏତ ଅର୍ଚ୍ଚିତାଙ୍କ ଆବଶ୍ୟକତା ଅନେକ କ୍ଷେତ୍ରରେ ପଡି ନ ପାରେ.
ନିଜର ସିନେମା ପୁଷ୍କରା ସହିତ ଅର୍ଚ୍ଚିତା ଙ୍କ ପାଦେ ଆକାଶର ପ୍ରଚାର କରାଇ ସିନେମାକୁ ସଫଳ ହୋଇଥିଲେ ସବ୍ୟସାଚୀ. ପାଦେ ଆକାଶ ର ସଫଳତା ପରେ ବାବୁସାନଙ୍କ ସହିତ ଅନେକ ଦିନ ପରେ ମୁଖ୍ୟ ଅଭିନେତ୍ରୀ ଭାବେ ରିଲିଜ ହେଉଥିବା ବୋଉ ବୁଟୁ ଭୁତ ସିନେମାର ସଠିକ ପ୍ରଚାର ସହିତ ଫିଲ୍ମଟି ସଫଳତା ପାଉ ବୋଲି ଅର୍ଚ୍ଚିତା ଚାହିଁବେ ନିଶ୍ଚୟ.
ଗୋଟିଏ ସମୟରେ ଅଭିନେତ୍ରୀ ଏବଂ ସହ- ପ୍ରଯୋଜିକାର ଦାଇତ୍ୱ ନେଇଥିବାରୁ ଦୁଇଟି ସିନେମା ର ବ୍ୟବସାୟିକ ସଫଳତା ପାଇଁ ଏ ସମୟରେ ଅର୍ଚ୍ଚିତା ପରିପକ୍ୱ ଏବଂ ସଠିକ ନିର୍ଣ୍ଣୟ ନେବେ ବୋଲି ଆଶା କରାଯାଏ.
